ନାବାଳିକା ଦୁଷ୍କର୍ମ ମାମଲା, କୋଡିଏ ବର୍ଷ ଦଣ୍ଡାଦେଶ

Odisha Hot News
1 Min Read

ଭୁବନେଶ୍ଵର: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାଶ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାମଲାର ପିଡିତା ଓ ୧୭ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ଧନେଶ୍ବର କହଁରକୁ ଦୋଷୀ ସାବ୍ୟସ୍ତ କରି ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ଲକ୍ଷ ୦୫,ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ, ତ ଅଧୂକ ୧୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି।

ପିଡିତାଙ୍କୁ କ୍ଷତି ପୂରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଆଇନ ସେବା ପ୍ରାଧୀକରଣକୁ ନିର୍ଦେଶ ଦେଇଛନ୍ତି। ସୁଚନା ଅନୁସାରେ ୧୧ -୩-୨୦୨୪ ଦିନ ପରିବାର ଲୋକେ ଏକ ମିଶନ ଶକ୍ତି କୁ ଯାଇଥିଲେ ଏହି ସମୟରେ ଧନେଶ୍ବର କହଁର ନାବାଳିକା ପୀଡିତାଙ୍କୁ ଘରେ ଏକୁଟିଆର ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ଏତିକି ବେଳେ ପରିବାର ଲୋକେ ହଠାତ୍ ପହଞ୍ଚି ଯାଇଥିଲେ। ପରିବାର ପକ୍ଷରୁ ଟିକାବାଲି ଥାନାରେ ଅଭିଯୋଗ କରିଥିଲେ। ଟିକାବାଲି ପୋଲିସ ଅଭିଯୋଗ ଅନୁଯାୟୀ ମାମଲା ୩୮ /୨୦୨୪ ରୁଜୁ କରି ଧନେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Share This Article