ନବୀନ ନିବାସରେ ଆରମ୍ଭ ହେଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ

Odisha Hot News
1 Min Read

ଭୁବନେଶ୍ବର: ନବୀନ ନିବାସରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ନିର୍ବାଚନ ପ୍ରସ୍ତୁତି ବୈଠକ। ତେବେ ଏହି ବୈଠକରେ ବିଜେଡି ବିଜେପି ମେଣ୍ଟ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। କାରଣ ବର୍ତ୍ତମାନ ରାଜ୍ୟ ରାଜନୀତିରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ଏହି ବୈଠକ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ଫଳାଫଳ ଆସୁଛି।

ଏହି ବୈଠକରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ୟ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ରବିନ୍ଦ୍ର ଜେନା, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ବର୍ତ୍ତମାନ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି।

Share This Article