ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ, ବବି ଦାସଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ବର: ଆଜି ଯାଜପୁର ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଛି। ସେ ନିଜ ଗାଡିରେ ଯାଜପୁରରେ ଏକ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ଆକ୍ରମଣ କରାଯାଇଛି। ବିଜେଡି କର୍ମିମାନେ ଏହି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ଘଟଣାରୁ ଜଣାପଡିଛି ଯେ, ବିଧାୟକ ଯାଜପୁର ଯାଉଥିବା ବେଳେ ବୁଢାଘାଟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ସେଠାରେ ପୂର୍ବରୁ ବିଜେଡି କର୍ମିମାନେ ଏକ ପ୍ରକଳ୍ପକୁ ବିରୋଧ କରି ଧାରଣା ଦେଇଥିଲେ। ଫଳରେ ସେହି ରାସ୍ତାରେ ଗାଡି ଜାମ ହୋଇଯାଇଥିଲା। ସେହି ଭିତରେ ବିଧାୟକଙ୍କ ଗାଡି ଫସିଯାଇଥିଲା।

ବିଜେଡି କର୍ମିମାନେ ବିଧାୟକଙ୍କ ଗାଡି ଦେଖି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କ ପିଏସଓଙ୍କଠାରୁ କୁଆଡେ ସେମାନେ ପିସ୍ତଲ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ବିଧାୟକ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି କର୍ମିମାନେ ମୋ ଉପରକୁ ଆକ୍ରମଣ କରିବା ପରେ ବବି ଭାଇ ଜିନ୍ଦାବାଦ କରିଥିଲେ। ସେମାନେ ମୋର ସୁନା ଚେନ ଛଡାଇ ନେଇଥିବାର ବିଧାୟକ ଅଭିିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।

Share This Article