ଦୁଇ ନୁହେଁ ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ, ରାଷ୍ଟ୍ରପତି ଦେବେ ଏହି ପୁରସ୍କାର

Odisha Hot News
1 Min Read

ନୂଆଦିଲ୍ଲୀ: ଦୁଇଜଣ ନୁହଁନ୍ତି ଓଡିଶାରୁ ଚାରିଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗତକାଲି ଘୋଷଣା କରାଯାଇଛି। ଓଡିଶାରୁ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ ଗୁରୁ ଗୋପୀନାଥ ସ୍ବାଇଁ, ଗୁରୁ ଭାଗବତ ପ୍ରଧାନ, ବିନୋଦ ପଶାୟତ ଏବଂ ବିନୋଦ ମହାରଣା।

ଗଂଜାମ ଜିଲ୍ଲାର ଗୁରୁ ଗୋପୀନାଥ ସ୍ବାଇଁ ହେଉଛନ୍ତି ଜଣେ କୃଷ୍ଣଲୀଳା ଗାୟକ। ସେ ବର୍ତ୍ତମାନ 105 ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ କୃଷ୍ଣଲୀଳାର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସେହିପରି ବରଗଡ ଜିଲ୍ଲାର ଭାଗବତ ପ୍ରଧାନ ଶଦ୍ଦନୃତ୍ୟର ପ୍ରଚାର ପ୍ରସାରରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ 85 ବର୍ଷ ବୟସ ହୋଇଛି।

ସମ୍ବଲପୁର ବାସିନ୍ଦା ବିନୋଦ ପଶାୟତ ଜଣେ ନାଟ୍ୟକାର ତଥା ଗୀତିକାର ଭାବେ ମଧ୍ୟ ବେଶ ପରିଚୟ ରହିଛି। ସେ ସମ୍ବଲପୁରୀ ଭାଷାରେ ବହୁ ନାଟକ ଓ ଗୀତ ରଚନା କରି ବେଶ ପ୍ରଶଂସା ହାସଲ କରିଛନ୍ତି। ସେହିପରି ଭୁବନେଶ୍ବର ବାସିନ୍ଦା ବିନୋଦ ମହାରଣା ଜଣେ ପଟ୍ଟଚିତ୍ର ଶିଳ୍ପୀ ଭାବେ ରାଜ୍ୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏମାନଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ।

Share This Article