ଦୁଇଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ତେବେ ତୃତୀୟ ଜଣକ କିଏ ?

Odisha Hot News
1 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସମାନ୍ତରାୟ। ସେହିପରି ଆଉ ଜଣେ ହେଲେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ।

ଦେବାଶିଷ ହେଉଛନ୍ତି ପୁରୁଖା ନେତା। ସେ କଟକ ବାରବାଟୀରୁ ବିଧାୟକ ଥିଲେ। ସେହିପରି ଶୁଭାଶିଷ ହେଉଛନ୍ତି ପୁରୀ ନେତା ଏବଂ ସେ ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି ଅଛନ୍ତି।ତେବେ ତିନୋଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ଦଳ ଦୁଇଜଣଙ୍କ ନାମ ଘୋଷଣା କରିଛି। ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ନବୀନ ଘୋଷଣା କରି ନାହାଁନ୍ତି।

ତେବେ ନିକଟରେ ବିର୍ଲା କଂପାନୀରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କ ନାମ ଘୋଷଣା କରାଯାଇ ନାହିଁ। ସେ ପୁରୀ ଜିଲ୍ଲାର ହୋଇଥିବା ବେଳେ ସେହି ଜିଲ୍ଲାରୁ ବର୍ତ୍ତମାନ ଶୁଭାଶିଷଙ୍କ ନାମ ଘୋଷଣା ହେଲା। ଫଳରେ ଶ୍ରୀ ମିଶ୍ରଙ୍କୁ ରାଜ୍ୟସଭା ପଠାଯିବ କି ନାହିଁ ସନ୍ଦେହ ସୃଷ୍ଟି ହେଲାଣି।

Share This Article