ତାମିଲନାଡୁ ଲୋକ କଣ ଚୋର ? ରତ୍ନ ଭଣ୍ଡାର ଚାବି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

Odisha Hot News
1 Min Read

ନୂଆଦିଲ୍ଲୀ: ରତ୍ନ ଭଣ୍ଡାର ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ଦୃଢ ନିନ୍ଦା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ କଣ ପାଇଁ ଚୋରୀ ହୋଇଥିବା ରତ୍ନ ଭଣ୍ଡାରର ଚାବି ତାମିଲନାଡୁରେ ଅଛି ବୋଲି କହିଲେ। ତାହା ହେଲେ  ତାମିଲନାଡୁ ଲୋକେ କଣ ଚୋର ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ। ଦୟାକରି ପ୍ରଧାନମନ୍ତ୍ରୀ ତାମିଲ ବିରୋଧୀ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ଏକ ନିର୍ବାଚନ ସଭାରେ କହିଛନ୍ତି ଯେ, ଚୋରୀ ହୋଇଥିବା ପ୍ରଭୃ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି। ଏହାର ଅର୍ଥ ସେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ସହିତ ତାମିଲନାଡୁ ଲୋକଙ୍କୁ ଆଘାତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ଭାବେ ଏପରି କହିବା ଠିକ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ବିଜେପି କର୍ମିଙ୍କୁ ଉତ୍ସାହିତ କରିବା ପାଇଁ ତାମିଲନାଡୁ ଲୋକଙ୍କୁ ଅପମାନିତ କରିବା ଠିକ ନୁହେଁ।

ପ୍ରଧାନମନ୍ତ୍ରୀ କାହିଁକି ତାମିଲଙ୍କ ପ୍ରତି ଏତେ ଘୃଣାଭାବ ପୋଷଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଷ୍ଟାଲିନ। ସେ କହିଛନ୍ତି ଯେ ତାମିଲନାଡୁ ଗସ୍ତ ସମୟରେ ତାମିଲ ଭାଷା ଏବଂ ତାମିଲଙ୍କ ବୁଦ୍ଧି ବିଷୟରେ ଶ୍ରୀ ମୋଦୀ ଉଚ୍ଚକୋଟୀର ପ୍ରଶଂସା କରୁଛନ୍ତି। ହେଲେ ବାହାର ରାଜ୍ୟରେ କିନ୍ତୁ ତାମିଲଙ୍କୁ ଚୋର ଭାବରେ ଚିତ୍ରଣ କରୁଛନ୍ତି। ସେ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡିଶାରେ ଏପରି ତାମିଲ ବିରୋଧୀ ଭାଷଣ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଦୟାକରି ଏପରି ଡବଲ ଷ୍ଟାଣ୍ଡାର୍ଡ ଗୁଣ ପରିତ୍ୟାଗ କରନ୍ତୁ ବୋଲି ଶ୍ରୀ ଷ୍ଟାଲିନ କହିଛନ୍ତି।

Share This Article