ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳାରେ ଦିଆଗଲା ଭିନ୍ନ ପ୍ରଶିକ୍ଷଣ

Odisha Hot News
2 Min Read

ଭୁବନେଶ୍ବର: ଜଳସାଥି ମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓଡିଶା ଅର୍ବାନ ଏକାଡେମୀ ଓ ସହରୀ ପରିଚାଳନା କେନ୍ଦ୍ରର ବୈଷୟିକ ସହାୟତାରେ ଆୟୋଜିତ ହୋଇଥିଲା।

ଗୃହ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଳସାଥି ମାନଙ୍କ ସହ ଆଲୋଜନା କରିଥିଲେ। ଆଲୋଚନା ସମୟରେ, ଶ୍ରୀମତୀ ପାଢ଼ୀ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନାରେ ଜଳ ସାଥିଙ୍କ ପ୍ରମୁଖ ଭୂମିକା ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସହରାଞ୍ଚଳରେ ବଢୁଥିବା ଚାହିଦାକୁ ପୂରଣ କରିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ନିରନ୍ତର ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

“ଜଳ ସାଥିମାନେ ପ୍ରଶାସନ ଏବଂ ଗୋଷ୍ଠି ମଧ୍ୟରେ ସେତୁ ଅଟନ୍ତି । ସେମାନଙ୍କୁ ସଠିକ୍ ତାଲିକ ପ୍ରଦାନ କରି ଜଳ ପରିଚାଳନା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି ଯାହା ଉପଯୋଗୀ ଅଟେ ବୋଲି ଶ୍ରୀମତୀ ପାଢୀ କହିଛନ୍ତି। ସେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଫାଇଦା ନେବାକୁ ଏବଂ ଅନ୍ତର୍ଭୂକ୍ତ ତଥା ନିର୍ଭରଯୋଗ୍ୟ ଜଳ ସେବାର ମିଶନରେ ପ୍ରଭାବଶାଳୀ ଯୋଗଦାନ କରିବାକୁ ତାଲିମପ୍ରାପ୍ତ ଜଳସାଥୀମାନଙ୍କୁ ଉତ୍ସାହିତ କରିଥିଲେ।

ଦକ୍ଷତା ଉନ୍ନୟନ କାର୍ଯ୍ୟକ୍ରମ, ଯାହା ଓଡିଶାର ବିଭିନ୍ନ କ୍ଲଷ୍ଟରରେ ୮୦୦ ରୁ ଅଧିକ ଜଳ ସାଥିଙ୍କୁ ତାଲିମ ଦେବ, କ୍ଷମତା ବୃଦ୍ଧି ତଥା ସହରୀ ଜଳ ପରିଚାଳନାକୁ ମଜବୁତ କରିବା ରାଜ୍ୟର ବୃହତ ଦୃଷ୍ଟିକୋଣର ଏକ ଅଂଶ। ବୈଷୟିକ କାର୍ଯ୍ୟ, ଜଳ ପରୀକ୍ଷଣ, ଗ୍ରାହକଙ୍କ ଯୋଗଦାନ, ଏବଂ ଆର୍ଥିକ ପରିଚାଳନା ସହିତ ବିଭିନ୍ନ କୌଶଳ ଉପରେ ଏହି ପ୍ରଶିକ୍ଷଣ ଧ୍ୟାନ ଦେଇଥାଏ, ସହରାଞ୍ଚଳ ଜଳ ସେବା ବିତରଣର ଆହ୍ବାନକୁ ପୂରଣ କରିବା ପାଇଁ ଜଳ ସାଥିମାନେ ଭଲ ଭାବରେ ପ୍ରସ୍ତୁତ କରିପାରିବେ।

ଏହି ସୁଯୋଗ ପାଇଁ ପ୍ରଶିକ୍ଷାର୍ଥୀମାନେ ସରକାରଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ଏବଂ ନିଜ ଗୋଷ୍ଠିକୁ ଉନ୍ନତ ସେବା ଯୋଗାଇବାରେ ସାହାଯ୍ୟ କରିବ।

Share This Article