ଜନଜାତି ପ୍ରମାଣ ପତ୍ର ଜାଲିଆତି ନେଇ ୮ ଜଣଙ୍କ ବିରୁଦ୍ଧରେ ଥାନାରେ ଏତଲା

Odisha Hot News
1 Min Read

ଭୁବନେଶ୍ଵର: ଜନଜାତି ପ୍ରମାଣ ପତ୍ର ଜାଲିଆତି ନେଇ ୮ ଜଣଙ୍କ ବିରୁଦ୍ଧରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଜିଲ୍ଲାର ଦୁଇ ପରିବାର ୭ ଜଣ ସଦସ୍ୟ ଓ ଜଣେ ଓଡିଶା ରାଜସ୍ବ ବିଭାଗ ଅଧିକାରୀ ଅଣ ଜନଜାତି ବର୍ଗ ର ହୋଇଥିବା ବେଳେ ଜନଜାତି ବର୍ଗ ପାଇଁ ସଂରକ୍ଷିତ ବର୍ଗରେ ଚାକିରୀ କରୁଥିବା ବେଳେ ଏନେଇ ଅଭିଯୋଗ ହୋଇଥିଲା।

ଏମାନଙ୍କ ଜାତି ପ୍ରମାଣ ପତ୍ର ଯାଞ୍ଚ ପାଇଁ ଦକ୍ଷୀଣାଞ୍ଚଳ ରାଜସ୍ବ କମିଶନଙ୍କ ନିକଟରେ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି SLSC ପକ୍ଷରୁ ଯାଞ୍ଚ ପାଇଁ ବିଭିନ୍ନ ଆଦିବାସୀ ସଂଘ ୨୦୧୧ ମସିହାରୁ ୨୦୧୫ ମସିହା ମଧ୍ୟରେ ମାମଲା ଦାୟର ହୋଇଥିଲା। ଯାହାର ଚୂଡାନ୍ତ ଫଇସଲା ୨୧ ନଭେମ୍ବର ୨୦୨୪ ରେ ଆସିଥିଲା। ଏହାର ଆଧାରରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।

ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ୨୦୧୧ ମସିହାରୁ ନବରଙ୍ଗପୁର ଜିଲ୍ଲାର ୧୩୭ ଜଣଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ ପାଇଁ ଦାବୀ କରିବା ସହ ଅଭିଯୋଗ କରିଥିଲେ।

Share This Article