ଚିକିଟି ମଦ ମୃତ୍ୟୁ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ: ମଦ ତିଆରି ଅଭିଯୋଗରେ ମା’ ଆଉ ପୁଅ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଅଗଷ୍ଟ ମାସରେ ଚିକିଟି ମଦ ମୃତ୍ୟୁ ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଗପହଣ୍ଡି ପୋଲିସ ପକ୍ଷରୁ ବନ୍ଥପଲି ନିକଟସ୍ଥ ବେଲପଡା ଗ୍ରାମରେ କୁଟୀର ଶିଳ୍ପ ଭାବେ ଏକ ମଦ ପ୍ରସ୍ତୁତି ଗୃହ ଉପରେ ଚଢ଼ାଉ ହୋଇଥିଲା। କିନ୍ତୁ ମଦ ପ୍ରସ୍ତୁତ କରୁଥିବା ମନାସ ମଲିକ ଓ ପୁଅ କ୍ରିଷ୍ଣା ମଲିକ ପୋଲିସକୁ ଦେଖି ବାରି ପଛ ଜଙ୍ଗଲ ପଟକୁ ଚାଲିଯାଇଥିଲେ।

ସେହି ଦିନଠାରୁ ପୋଲିସ ଅନୁସନ୍ଧାନ ଚଳାଇ ଶେଷରେ ମାଁ ଓ ପୁଅ କୁ ଧରି ମକଦ୍ଦମା ନଂ ୩୨୦/୨୪ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share This Article