ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ

Odisha Hot News
2 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ହାବେଳି ପଡିଆଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଶୁଭ ଉଦଘାଟନ ହୋଇଯାଇଛି। ଉକ୍ତ ମେଳାକୁ ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ନୟାଗଡ଼ ନିର୍ବାହୀ ଯନ୍ତ୍ରୀ (କୃଷି) ସୁଧାଂଶୁ ଶେଖର ଦାସ ଏବଂ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତି ଉଦଘାଟନ କରିଛନ୍ତି।

ଏହି ମେଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଳକରୁ ୫୦୦ ରୁ ଉର୍ଦ୍ଧ ଚାଷି ଭାଇ ଭଉଣୀମାନେ ଯୋଗଦାନ କରିଛନ୍ତି। ଏହି ମେଳାରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜଗଦେବ ଚାଷି ଭାଇ ଓ ଭଉଣୀ ମାନଙ୍କର ଆୟ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ବୃହତ୍ତ ପରିମାଣରେ କୃଷି ଯନ୍ତ୍ରପାତିର ଉପଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।

ଜିଲ୍ଲାପାଳ କୃଷି ଉପକରଣ ଓ ଯନ୍ତ୍ରପାତିର ମରାମତି ନିମନ୍ତେ ଯୁବ ଉଦ୍ୟୋଗିଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରିବା ସହିତ ଉପାର୍ଜନର ମାଧ୍ଯମ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ମେଳାରେ ସମୁଦାୟ ୬୦ ଟି ଷ୍ଟଲରେ କୃଷି ଓ ଆନୁଷଙ୍ଗିକ ବିଭାଗ, କୃଷି ଯନ୍ତ୍ରପାତି ଉତ୍ପାଦକ ଓ ବିତରକ ସଂସ୍ଥା, ଋଣ ପ୍ରଦାନକାରୀ ସଂସ୍ଥା ଅଂଶଗ୍ରହଣ କରିଥିଲେ।  ସେଥିମଧ୍ୟରୁ ୩୫ ଟି ଷ୍ଟଲରେ ଉନ୍ନ‌ତ ମାନର କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତାର ସଚେତନତା, ମହିଳା ସଂୟ ସହାୟକ ଗୋଷ୍ଠିଙ୍କ ନିମନ୍ତେ ବିଶେଷ ରିହାତି ଏବଂ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ଯମରେ କୃଷି ଯନ୍ତ୍ରପାତି ପାଇଁ ଋଣର ସୁଯୋଗ, କୃଷି ଓ ଆନୁଷଙ୍ଗିକ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥ‌ିବା ଯୋଜନାଗୁଡିକର ପ୍ରଚାର ଓ ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ତତ୍କାଳ ବୁକିଂ କରାଯାଇଛି।

ଉକ୍ତ ମେଳାରେ ଖୋର୍ଦ୍ଧା ଓ ବାଣପୁର ବ୍ଳକର କୃଷି ଓ ଆନୁଷଙ୍ଗିକ ବିଭାଗର ୧୨ ଜଣ କୃତ୍ତି କୃଷକମାନଙ୍କୁ ସମ୍ମାନିତ କରାଯାଇଅଛି। ଏତଦ ବ୍ୟତିତ ଏହି ମେଳାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨ ଜଣ କୃଷକଙ୍କୁ କାର୍ଯ୍ୟାଦେଶ ଦିଆଯାଇଅଛି।

Share This Article