ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ନିଳମ୍ବନ କଲା ବିଜୁ ଜନତା ଦଳ

Odisha Hot News
1 Min Read

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି ବିଜୁ ଜନତା ଦଳ ସେତିକି ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ଯାହାପ୍ରତି ସନ୍ଦେହ ହେଉଛି ତାଙ୍କୁ ଦଳରୁ ନିଳମ୍ବିତ କିମ୍ବା ବହିସ୍କାର କରିଦିଆଯାଉଛି। ବିଗତ କିଛି ମାସ ଧରି ବିଜେଡି ଜଣଙ୍କ ପରେ ଜଣେ ନେତାଙ୍କ ଉପରେ ପଦକ୍ଷେପ ନେବାରେ ଲାଗିଛି। ସେହିପରି କେତେକ ନେତାଙ୍କ ଉପରୁ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହାର କରାଯାଉଛି।

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ନେତାଙ୍କୁ ଦଳରୁ ନିଲମ୍ବନ କରିଛି। ସେ ହେଉଛନ୍ତି ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ। ତାଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଏହି ନିଲମ୍ବନ କରାଯାଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Share This Article