ଖୋର୍ଦ୍ଧାରେ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ତରତୁଆ ରିଜର୍ଭ ପୋଲିସ ପଡିଆ ଠାରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ଆଜି ୬୫ତମ ପୋଲିସ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷିକା ସାଗରିକା ନାଥ ଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୋଲିସ ସହିଦ ଦିବସର ତାତ୍ପର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା। ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୋଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୋଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ସମସ୍ତ ପୋଲିସ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଥାନାଧିକାରୀ ଯୋଗ ଦେଇଥିଲେ।

Share This Article