ଭୁବନେଶ୍ବର: ଆଜି ଖଣ୍ଡଗିରି ପାହଡ ତଳୁ ଏକ ଯୁବକଙ୍କ ମୃତ ଦେହ ମିଳିଛି। ଏକ ଅସଂଜତ ଅବସ୍ଥାରେ ପଡିରହିଥିବା ଏହି ମୃତ ଦେହକୁ ଦେଖି କେତେକ ପୋଲିସକୁ ଫୋନ କରିଥିଲେ। ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ମୃତ୍ୟକଙ୍କ ପରିଚୟ ମିଳିପାରି ନାହିଁ।
ଶବ ଜହତ ବେଳେ ତାଙ୍କ ଦେହରେ କ୍ଷତବିକ୍ଷତ ପରିଲକ୍ଷିତ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଆଉ କଣ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପୋଲିସ ନିକଟରେ ଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଅନୁସନ୍ଧାନ କରୁଛି।

Comment