କଟକ ବଡ ମେଡିକାଲରେ ହାଉସ ସର୍ଜନ ଓ ନସିଂ ଷ୍ଟାଫ ବିବାଦ, ରୋଗୀ ହନ୍ତସନ୍ତ, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

Odisha Hot News
1 Min Read

କଟକ: ଆଜି କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାରେ ଲାଗିଛି। ସେଠାରେ ହାଉସ ସର୍ଜନ ଏବଂ ନର୍ସିଂ ଷ୍ଟାଫ ମଧ୍ୟରେ ବିବାଦ ପାଇଁ ସ୍ବାସ୍ଥ୍ୟ ସେବାରେ ବ୍ୟାଘତ ସୃଷ୍ଟି ହୋଇଛି। ତେବେ କେତେକ ଜରୁରୀ କ୍ଷେତ୍ରରେ ଏହି ସେବା ଜାରୀ ରହିଛି। ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଆଜି ହାଉସ ସର୍ଜନମାନେ ସେବା ଛାଡି ଆନ୍ଦୋଳନ କରୁଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ଜଣେ ରୋଗୀଙ୍କୁ ରକ୍ତ ଦେବା ନେଇ ନର୍ସିଂ ଷ୍ଟାଫ ଏବଂ ହାଉସ ସର୍ଜନଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା। ଯାହା ପରବର୍ତ୍ତି ସମୟରେ ଉଗ୍ର ରୂପ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ହାଉସ ସର୍ଜନଙ୍କ ମଧ୍ୟରେ ଉତ୍ତେଜନ ସୃଷ୍ଟି ହୋଇଥିଲା। ଫଳରେ ଆଜି ସେମାନେ ଚିକିତ୍ସା ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Share This Article