ଓଡିଶାର ଦୁଇ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପି ଦେଲା ନୂଆ ଦାୟିତ୍ଵ: ଜାଣନ୍ତୁ କ’ଣ?

Odisha Hot News
1 Min Read

ଭୁବନେଶ୍ଵର: ଆଜି ଭାରତୀୟ ଜନତା ପାର୍ଟି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ଆଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଏହିକ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାରଙ୍କୁ ବିଜେପି ଦାୟିତ୍ଵ ଦେଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ତେବେ ଓଡିଶାର ଦୁଇ ଲୋକପ୍ରିୟ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଡାଃ. ସମ୍ବିତ ପାତ୍ରଙ୍କୁ ମଧ୍ୟ ବିଜେପି ପକ୍ଷରୁ ନୂଆ ଦାୟିତ୍ଵ ଦିଆଯାଇଛି। ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କେରଳର ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ବେଳେ ପୁରୀ ସାଂସଦ ଡାଃ. ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ରାଜ୍ୟର ସଂଯୋଜକ ଭାବେ ଦାୟିତ୍ଵ ମିଳିଛି।

ବିଭିନ୍ନ ରାଜ୍ୟ ପାଇଁ ବିଜେପି ପକ୍ଷରୁ ମିଳିଥିବା ଦାୟିତ୍ଵ:

Image

Image

Share This Article