ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ।

ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Share This Article