ଭୁବନେଶ୍ୱର : ବାଲିଅନ୍ତା ତହସିଲଦାର, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜାମିନ ମିଳିଛି। ତହସିଲଦାର ରଶ୍ମୀରେଖା ପ୍ରଧାନ, ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ହାଇକୋର୍ଟ ଗୁରୁବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏକ ଜମିଜମା ମାମଲା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଇ ଉଭୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଡିଏସ୍ପି ଅକ୍ଷୟ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।
ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

You Might Also Like
- Advertisement -
Comment