ଭୁବନେଶ୍ବରର ଡ଼ିଏନ ଅକ୍ସୀ ପାର୍କ ଆପାର୍ଟମେଣ୍ଟରେ ଉତ୍କଳ ଦିବସ ପାଳିତ, କୁନିଶିଳ୍ପୀଙ୍କ ଦ୍ବାରା ନୃତ୍ୟ ପରିବେଷଣ

Odisha Hot News
1 Min Read

ଭୁବନେଶ୍ବର: ଡ଼ିଏନ ଅକ୍ସୀ ପାର୍କ ହୋଉସିଂ ସୋସାଇଟିରେ ଉତ୍କଳ ଦିବସ ଅତି ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଉସ୍ତାବକୁ ସୋସାଇଟିର ସଭାପତି ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ କାର‌୍ୟ୍ୟନିର୍ବାହୀ ସଭ୍ୟମାନେ ପ୍ରଦୀପ ଜାଳି ଉଦଘଟନ କରିଥିଲେ।

ଏହି କାର‌୍ୟ୍ୟକ୍ରମରେ କୁନି କୁନି ଛୁଆମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାୟନ କରାଯାଇ ଥିଲା। ଏଥିସହିତ ଓଡ଼ିଆ ସଂସ୍କୃତି କୁ ମନେ ପକାଇବାପାଇଁ  ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରାଯାଇଥିଲା।ଏଥିରେ ଓଡିଶୀ, ସମ୍ବଲପୁରୀ ଓ କୋରାପୁଟର ଢମସା ପରିବେଷଣ କରାଯାଇଥିଲା। ସେହିପରି ମହିଳାମାନଙ୍କ ଦ୍ଵାରା ଏକ ସାମୁହିକ ଗୀତ ପ୍ରସ୍ତୁତ କରାଯାଇଥିଲା।

ଓଡିଶୀ ନୃତ୍ୟ ରେ ଶିଶୁ କଳାକାର ଶ୍ରୀୟା ଏବଂ ସିପ୍ରା ଅଂଶ ଗ୍ରହଣ କରି ଦର୍ଶକମାନଙ୍କ ମନ ମୋହିଥିଲେ।ଛୋଟ ଛୁଆଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ଗୁଞ୍ଜର ଗୁଞ୍ଜ ଅତି ଚମତ୍କାର ହେଇଥିଲା। ପରିଶେଷରେ ସଂଜୁରାଣୀ ମିଶ୍ରଙ୍କ ଦ୍ଵାରା ଲିଖିତ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା କୁ ନେଇ ଲେଖା ଯାଇଥିବା ଗୀତ ‘ଆମେ ଓଡ଼ିଆ’ ଅତି ସୁନ୍ଦର ଭାବରେ ସୋସିଏଟିର ମହିଳାମାନଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା।

କାର‌୍ୟ୍ୟକ୍ରମ ଶେଷରେ ସୋସିଏଟିର ସମ୍ପାଦକ ଶ୍ରୀ ଶଶୀ ଭୂଷଣ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଂଚାଳିକା ଶ୍ବାସତୀ ଏବଂ ଅପରିମିତା ଅତି ସୁନ୍ଦର ଭାବରେ କାର‌୍ୟ୍ୟକ୍ରମଟିକୁ ସଂଚାଳନ କରିଥିଲେ।ଏହି କାର୍ଯ୍ୟକ୍ରମଟି ସୋସାଇଟିର ଉପସଭାପତି ଶ୍ରୀ ଉମେଶଚନ୍ଦ୍ର ମହାପାତ୍ର ଏବଂ ସାଂସ୍କୃତିକ ସଭ୍ୟ ଶ୍ରୀମତୀ ଶୈଳ ମିଶ୍ର ପରିଚାଳନା କରିଥିଲେ।

Share This Article