ସୁଭଦ୍ରା ଯୋଜନା ନେଇ ବଡ ଖବର, ଏହି ମହିଳାମାନଙ୍କୁ ମିଳିବ ଟଙ୍କା, ଶିଘ୍ର ଆବେଦନ କରିବାକୁ ନିବେଦନ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ପୁଣି ଆସିଲା ବଡ ଖବର। ଏହି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଏପରି ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରା ଯୋଜନାରୁ ସଂପୂର୍ଣ୍ଣ ବାଦ ପଡିଯାଉଥିଲେ। ସେମାନଙ୍କୁ ଏହି ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

ସେହି ଅନୁସାରେ ରାଜ୍ୟ ବାହାରେ ଯେଉଁମାନେ କାମଧନ୍ଦା କରିବା ପାଇଁ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ। ସେ କହିଛନ୍ତି ଯେ, ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି। ତେଣୁ ସେମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ସୁଭଦ୍ରା ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ସେ କହିଛନ୍ତି ଯେ, ଖୁବ ଶିଘ୍ର ସୁଭଦ୍ରା ଯୋଜନାର ପରବର୍ତ୍ତି ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏହି ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ।

Share This Article