ଓଡିଶାରେ ହେବ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

Odisha Hot News
1 Min Read

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନ କିଣାବିକା, ଇନପୁଟ ସବସିଡି ପ୍ରଦାନ ଓ ରାଜସ୍ବବିଭାଗ ବିଭିନ୍ନ ସେବାର ଅଗ୍ରଗତି ନେଇ ଆଜି ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଚାଷୀମାନେ କେମିତି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେନେଇ ସମୀକ୍ଷା ହୋଇଥିଲା। ଏହା ସହ କେମିତି ଇନପୁଟ ସବସିଡି ଠିକରେ ପାଇ ପାରିବେ ସେନେଇ ମଧ୍ୟ ସମୀକ୍ଷା ହୋଇଛି। ଏହା ବାଦ୍ ରାଜସ୍ବ ବିଭାଗର ସେବା କେମିତି ଜନସାଧାରଣ ଭଲ ଭାବରେ ପାଇବେ ଓ ଭୂମି ହୀନ ଜମି ପାଇବେ ସେନେଇ ସମୀକ୍ଷା ହୋଇଛି।

ତେବେ ଓଡିଶାରେ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ ହେବା ନେଇ ମନ୍ତ୍ରୀ କହିଛନ୍ତି। ଆଉ ଆଗକୁ ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇ ପାରିବନି। ରାଜସ୍ବ ଆଇନ ଓ ରାଜସ୍ବ ସେବାରେ ହେବ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ୪ ଡିସିମିଲରୁ କମ ଜମି ଥିବା ଲୋକେ ହେବେ ଭୂମିହୀନରେ ଗଣତି ହେବେ। ୪ ଡିସମିଲ ହେବା ଯାଏଁ ଜମି ପ୍ରଦାନ କରାଯିବ। ରାଜସ୍ବ ବିଭାଗ ଦ୍ବାରା ଆରଆଇ ଓ ଅମିନଙ୍କୁ ଦିିଆଯିବ ଲାପଟପ୍। ବିଭାଗ ଆଧୁନିକିକରଣ ଉପରେ ଦିଆଯାଉଛି ଗୁରୁତ୍ବ। ରିଲିଫ୍ ଶବ୍ଦ ଉଚ୍ଛେଦ ହେବା ନେଇ ମଧ୍ଯ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁରରେ ସମୀକ୍ଷା ପରେ କହିଛନ୍ତି।

Share This Article