ଚାନ୍ଦପୁରରେ ବ୍ୟାପୁଛି ଜଣ୍ଡିସ: ଜଣେ ମୃତ, ୩୫ରୁ ଅଧିକ ଆକ୍ରାନ୍ତ

Odisha Hot News
1 Min Read

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ପଞ୍ଚାୟତ ଜେମାଦେଇପୁର ଗ୍ରାମରେ ଜଣ୍ଡିସ୍ ବ୍ୟାପିଛି। ଫଳରେ,ଏହି ଗ୍ରାମର ପୁଷ୍ପା ସାହୁ (୨୪) ଙ୍କ କଟକର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜଣ୍ଡିସ୍‌ରେ ୩୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଗ୍ରାମରେ ପହଞ୍ଚି ପାନୀୟ ଜଳ ନମୂନା ସଂଗ୍ରହ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହାସହ ଚାନ୍ଦପୁର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ‌ତା ସୃଷ୍ଟି କରାଯାଇଛି। ପାନୀୟଜଳରୁ ଏହି ରୋଗ ସଂକ୍ରମିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ପୁଷ୍ପା ନିଳିମା ଲାକ୍ରାଙ୍କ ସମେତ ମାଇକ୍ରୋ ବାୟୋଲୋଜିଷ୍ଟ, ଲାବ୍‌ ଟେକ୍ନିସିଆନ ପ୍ରମୁଖ ସ୍ଵାସ୍ଥ୍ୟ ବିଭାଗ ଟିମ୍‌ରେ ସାମିଲ ଥିଲେ। ସ୍ଥାନୀୟ ଆଶାକର୍ମୀ,ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ। ଚାନ୍ଦପୁର ଅଞ୍ଚଳରେ ବିଶୁଦ୍ଧ ପାନୀୟଜଳ ମିଳୁ ନଥିବାରୁ ଦୂଷିତ ଜଳ ବ୍ୟବ‌ହାର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share This Article