ଜଟିଳ ଏବଂ ଯୁଗାନ୍ତକାରୀ ଚିକିତ୍ସା ହସ୍ତକ୍ଷେପ ଜରିଆରେ ଯୁବକଙ୍କ ଜୀବନ ବଞ୍ଚାଇଲେ ଏମ୍ସ ଡାକ୍ତର

Odisha Hot News
1 Min Read

ଭୁବନେଶ୍ଵର: ଏକ ଜଟିଳ ଏବଂ ଯୁଗାନ୍ତକାରୀ ଚିକିତ୍ସା ହସ୍ତକ୍ଷେପ ଜରିଆରେ ଏମ୍ସ ଡାକ୍ତରମାନେ ୨୪ ବର୍ଷ ବୟସ୍କ ଯୁବକ ଶୁଭକାନ୍ତ ସାହୁଙ୍କ ଜୀବନ ବଞ୍ଚାଇଛନ୍ତି। ଇସିପିଆର ପଦ୍ଧତିରେ ଏମ୍ସର ଡାକ୍ତରମାନେ ଜୀବନ ବଞ୍ଚାଇ ପାରିଛନ୍ତି। ଦୀର୍ଘ ଦେଢଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଯୁବକଙ୍କ ହୃଦସ୍ପନ୍ଦନ ବନ୍ଦ ରହିଥିଲା।

ତେବେ ଡାକ୍ତରମାନଙ୍କର ପ୍ରଚେଷ୍ଟା ପରେ ତାଙ୍କର ଜୀବନରକ୍ଷା ହୋଇପାରିଛି। ଏମ୍ସର ଏହି ଉପଲବ୍ଧି ଏଠାରେ ମିଳୁଥିବା ଅତ୍ୟାଧୁନିକ ଓ ବିଶେଷଜ୍ଞ ଚିକିତ୍ସାକୁ ପ୍ରତିଫଳିତ କରୁଛି।

ବିଷକ୍ରିୟାର ଶିକାର ହୋଇ ସଂପୃକ୍ତ ଯୁବକଜଣକ ଗତମାସରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ତେବେ ତାଙ୍କର ଜୀବନ ରକ୍ଷାପାଇଁ ଏମ୍ସ ଡାକ୍ତରମାନେ ଇସିପିଆର ପଦ୍ଧତି ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତରୀ ଶ୍ରୀକାନ୍ତ ବେହେରା, କୃଷ୍ଣମୋହନ ଗୁଲା, ପ୍ରିୟଦର୍ଶିନୀ ସାହୁ, ରାଜଲକ୍ଷ୍ମୀ ବେହେରା ଓ ଡାକ୍ତର ରଣଜିତ ପ୍ରମୁଖ ଏହି ସଫଳତା ହାସଲ କରିଛନ୍ତି।

ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ଉପଲବ୍ଧି ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Share This Article