ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା। ତେବେ ଦଶ ହଜାର ନୁହେଁ। ପରୀକ୍ଷା ମୂଳକଭାବେ ସରକାର ହିତାଧିକାରୀ ଆକାଉଣ୍ଟକୁ ୧ ଟଙ୍କା ପଠାଇଛନ୍ତି। ଯେଉଁମାନେ ୧୭ ତାରିଖରେ ଟଙ୍କା ପାଇବେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି କି ନାହିଁ ପରୀକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ବରରେ ସୁଭଦ୍ରା ରଥକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଦିନ ସେ କେତେକ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ। ସେଥିପାଇଁ ପରୀକ୍ଷା ମୂଳକ ଭାବେ ୧ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ପ୍ରଭାତୀ କହିଛନ୍ତି।

Share This Article