ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି

Odisha Hot News
1 Min Read

ନୂଆଦିଲ୍ଲୀ: ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଇଡି ଗିରଫ କରିଛି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ ଆପ ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା। ଇଡି ର ଏହି କାର୍ଯ୍ୟାନୁଷ୍ଠାନ ପରେ ଆପ ନେତା ମାନେ ବିଜେପି କୁ ଆକ୍ରମଣ କରିଛନ୍ତି।

ଏହି ଚଢାଉର ଭିଡିଓ ସେୟାର କରି ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ଇଡିର ନିଷ୍ଠୁରତାକୁ ଦେଖନ୍ତୁ। ଅମାନତୁଲ୍ଲା ଖାନ ପ୍ରଥମେ ଇଡି ତଦନ୍ତରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କ କର୍କଟ ରୋଗ ହୋଇଛି, ତାଙ୍କର ଅପରେସନ୍ ହୋଇଛି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, କିନ୍ତୁ ମୋଦୀଙ୍କ ଏକଛତ୍ରବାଦୀ ଶାସନ ଏବଂ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।

Share This Article