ଆଜି ୫ ଟି ଜିଲ୍ଲାର କେତେକ ସ୍ଥାନରେ ହେବ ପ୍ରବଳ ବର୍ଷା ସହ ପବନ, ଜାରୀ ହେଲା ୟେଲୋ ୱାର୍ଣ୍ଣିଂ

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ତାତିରୁ ରକ୍ଷା ମିଳିଛି। ତେବେ ଏହିପରି ପାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ତେବେ କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଭଦ୍ରକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ଏହା ସହ ଉତ୍ତର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପବନର ବେଗ ୩୦ ରୁ ୪୦ କିମି ଘଣ୍ଟା ପ୍ରତି ରହିବ। କଟକ ଭୁବନେଶ୍ବରରେ ମଧ୍ୟ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିବାବେଳେ ତାପମାତ୍ରା ୩୭ ଡିଗ୍ରୀ ଭିତରେ ରହିପାରେ ବୋଲି ଆକଳନ କରାଯାଇଛି।

Share This Article