ଡିଏଭି ପୋଖରୀପୁଟରେ ଜାତିର ପିତା ଓ ଶାନ୍ତିଦୂତଙ୍କ ଜୟନ୍ତୀ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିରଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍‌ଭାବନାର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଷ୍ଟ୍ରର ଏହି ଦୁଇ ମହାନ ସୁପୁତ୍ରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ। ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘‘ ବୈଷ୍ଣବ ଜନ ତୋ….’’ କୁ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଭକ୍ତିର ସହ ଗାନ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଇତିହାସ ବିଭାଗର ଶିକ୍ଷକ ରିକିପାଲ୍ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଡ.ଗିରିଜା ଶଙ୍କର ବଳ ଶାସ୍ତ୍ରୀଜୀ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଦୁଇ ମହାନ୍
ଜନନାୟକଙ୍କ ନିର୍ଭୀକତା, ସଚ୍ଚୋଟତା, ସାଧୁତା ତଥା ଦେଶପ୍ରୀତି ଭାବନାକୁ ଅନୁକରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ।

ପରିଶେଷରେ ସାଂସ୍କୃତିକ ବିଭାଗର ଶିକ୍ଷକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share This Article