ଜଳେଶ୍ୱର: ଜୀବନ ବି ଏମିତି ଚାଲିଯାଏ। ପ୍ରବାସରୁ ଚାଲିଚାଲି ଘରକୁ ଫେରୁଥିଲେ । କିନ୍ତୁ ପହଞ୍ଚି ପାରିଲେ ନାହିଁ। ବାଟରେ ଚାଲୁଚାଲୁ ଟଳିପଡ଼ିଲେ ଶ୍ରମିକ। ଏପରି ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱରରୁ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଏଭଳି ଦୟନୀୟ ସ୍ଥିତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ ବୋଲି ଜଣାପଡ଼ିଛି।
ଚାଲି ଚାଲି କୋଲକାତାରୁ ଓଡିଶା ଆସୁଥିବା ବେଳେ ଚାଲିଗଲା ଜୀବନ

You Might Also Like
- Advertisement -
Comment