ଗୃହ ଭିତରକୁ ମୋବାଇଲ ନେବାକୁ ସାମ୍ବାଦିକଙ୍କୁ କରାଗଲା ବାରଣ, ଗାନ୍ଧୀ ମୃର୍ତ୍ତି ତଳେ ଧାରଣା

Odisha Hot News
1 Min Read

ଭୁବନେଶ୍ବର: ଆଜି ସାମ୍ବାଦିକଙ୍କ ବିଧାନସଭା ପ୍ରେସ ଗ୍ୟାଲେରୀକୁ ମୋବାଇଲ ନେବାକୁ ବାରଣ କରାଗଲା। ପୂର୍ବରୁ ଏପରି କଟକଣା ନ ଥିବା ବେଳେ ଆଜି ଏହା ଲାଗୁ କରାଯାଇଛି। ଫଳରେ ବିଧାନସଭା ସୁରକ୍ଷା କର୍ମି ବାହାରେ ସାମ୍ବାଦିକଙ୍କ ମୋବାଇଲ ନ ନେବାକୁ ନିବେଦନ କରୁଛନ୍ତି। ଯାହାକୁ ନେଇ ବିଧାନସଭା ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।

ଗତକାଲି ଗୃହ ମଧ୍ୟରେ ବିଜେପି ସଦସ୍ୟମାନେ ବିରୋଧୀଙ୍କୁ ଧସ୍ତାଧସ୍ତା କରୁଥିବାର ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଥିଲା। ସାମ୍ବାଦିକମାନେ ତାହାକୁ ନିଦ ମୋବାଇଲରେ ରେକର୍ଡ କରି ଭାଇରାଲ କରିଥିଲେ। ଯେହେତୁ କେବଳ ପ୍ରଶ୍ନକାଳଟି ସୁଟିଂ ପାଇଁ ଅନୁମତି ରହିଛି, ସେହି ଅନୁସାରେ ସାମ୍ବାଦିକମାନେ ତାହାକୁ ରେକର୍ଡ କରିଥିଲେ। ଏହା ଶାସକ ବିଜେପିକୁ ଅଡୁଆ କରିଥିବାରୁ ଆଜି ସାମ୍ବାଦିକଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି।

ଫଳରେ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୃର୍ତ୍ତି ତଳେ ଧାରଣରେ ବସିଛନ୍ତି।

Share This Article