ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Odisha Hot News
1 Min Read

ଭୁବନେଶ୍ୱର : କରୋନା ଭୂତାଣୁ ଯୋଗୁ ଦେଶରେ ଲକ୍‌ଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ତେବେ ପ୍ରବାସୀ ଓଡ଼ିଆ ଫେରିବା ପରେ ପ୍ରଥମେ କ୍ବାରାଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ତେଣୁ କ୍ବାରାଣ୍ଟାଇନ ସେଣ୍ଟର କିମ୍ବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବା ସମୟରେ ଯେଉଁ ଖର୍ଚ୍ଚ ହେବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଣ୍ଡ ପିଛା ଖର୍ଚ୍ଚ ସମ୍ପର୍କିତ ଏକ ଗାଇଡଲାଇନ ସରକାରଙ୍କ ପକ୍ଷରୁ ଜାରି ହୋଇଛି।
ଉକ୍ତ ଗାଇଡ୍‌ଲାଇନ୍‌ ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କ ପାଇଁ ଖାଇବା ବାବଦରେ ପ୍ରତିଦିନ ମୁଣ୍ଡପିଛା ୧୨୦ ଟଙ୍କା ଦିଆଯିବ। ୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା ରହିଛି। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାବଦକୁ ୧୪ ଦିନ ପାଇଁ ୩୦୦ ଟଙ୍କା ମିଳିବ, ଯେଉଁଥିରେ ମାସ୍କ, ପାଣି ବୋତଲ, ବ୍ରଶ, ଟୁଥ ପେଷ୍ଟ, ସାବୁନ, ତେଲ, ବାଲତି, ୨ଟି ବେଡଶିଟ, ପିଲୋ କଭର ଆଦି ରହିଛି। କ୍ଲିନିଂ, ସାନିଟେସନ ଓ ସିକ୍ୟୁରିଟି ବାବଦକୁ ୨୦୦୦ ଟଙ୍କା ଦେବେ ସରକାର।
ବେଡ ପାଇଁ ଗଦି, ତକିଆ କିଣାଯାଇ ନ ପାରିଲେ ସେସବୁକୁ ଭଡ଼ାରେ ଅଣାଯିବ। ଯେଉଁ ବ୍ୟକ୍ତି କ୍ବାରାଣ୍ଟାଇନ ସେଣ୍ଟରରେ ରହିବେ ତାଙ୍କର ସମସ୍ତ ତଥ୍ୟ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ପରେ ତାହାକୁ ଜିଲା ପ୍ରଶାସନର ୱେବସାଇଟରେ ଅପ୍‌ଲୋଡ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share This Article
Leave a Comment