Cyclone Update: ବଳବାନ ହେଉଛି ବାତ୍ୟା ଦାନା, ବନ୍ଦରଗୁଡିକରେ ଶେଷ ବିପଦ ସଙ୍କେତ ଜାରୀ

Odisha Hot News
1 Min Read

ଭୁବନେଶ୍ବର: ସମୁଦ୍ରରେ ବଳବାନ ହେବାରେ ଲାଗିଛି ବାତ୍ୟା ଦାନା। ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଧାମରା ଏବଂ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ତେବେ ଏହି ସମୟରେ ସମୁଦ୍ରରେ ଦୁଇ ମିଟର ପର୍ଯ୍ୟନ୍ତ ଜୁଆର ଉଠିବାର ସମ୍ଭାବନା ରହିଛି। ସେଥିପାଇଁ ଓଡିଶା ଉପକୂଳର ବନ୍ଦରଗୁଡିକରେ ସର୍ବାଧିର ବିପଦ ସଙ୍କେତ 10 ଜାରୀ କରାଯାଇଛି।

ତେବେ ସର୍ବଶେଷ ସୂଚନା ଅନୁସାରେ ବାତ୍ୟା ଦାନା ବର୍ତ୍ତମାନ ପାରାଦ୍ବୀପର ଦକ୍ଷିଣପୂର୍ବ ଦିଗର 520 କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମ ବଂଗର ସାଗରଦ୍ବୀପଠାରୁ ଏହା 600 କିଲୋମିଟର ଦୂରରେ ରହିଛି। ଆଜି ରାତିରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ମଧ୍ୟ ରାତ୍ରୀରେ କିମ୍ବା ଭୋରରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବ।

Share This Article