ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ, ହଜାର ହଜାର ନବୀନ ପ୍ରେମୀ କଲେ ସ୍ବାଗତ

Odisha Hot News
1 Min Read

ଭୁବନେଶ୍ବର: ସୋମବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଏକ ରୋଡ ସୋ କରିଛନ୍ତି। ଏଥିରେ ଭୁବନେଶ୍ବର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁନମା ଗେଟଠାରୁ ଏକ ସ୍ବତନ୍ତ୍ର ବସରେ ସେ ରୋଡ ସୋ ଆରମ୍ଭ କରିଥିଲେ। ସେଠାରୁ ସେ ଭୀମଟାଙ୍ଗୀ, ସୁନ୍ଦରପଦା, ପୋଖରୀପୁଟ, ଶିରିପୁର ଏବଂ ଏକାମ୍ର ଛକ ପର୍ଯ୍ୟନ୍ତ ଆସିଥିଲେ।

ମୁଖ୍ୟମନ୍ତ୍ରୀ ମଝିରେ ମଝିରେ ଭାଷଣ ପ୍ରଦାନ କରୁଥିଲେ। ସେ କହୁଥିଲେ ଯେ, ମୋର ଭାଇ ଓ ଭଉଣୀମାନେ, ଆପଣମାନେ ଭଲ ଅଛନ୍ତି ବୋଲି ପଚାରୁଥିଲେ। ଏହି ପ୍ରଶ୍ନ ଶୁଣିବା ପରେ ଲୋକମାନେ ବେଶ ଉତ୍ସାହର ସହ ହିଁ ଭଲ ଅଛୁ ବୋଲି ଉତ୍ତର ଦେଉଛନ୍ତି। ସେହିପରି ସେ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ, ଏପ୍ରିଲ ମାସରୁ ବିଜୁଳି ବିଲ ଆସିବ ନାହିଁ। ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ହୋଇଛି, ଏଣିକି ସମସ୍ତଙ୍କୁ ବିଏସକେୱାଇ ଦିଆଯିବ। ଶଙ୍ଖ ଚିହ୍ନକୁ ଭୋଟ ଦେବେ ବୋଲି ଲୋକଙ୍କୁ ନିବେଦନ କରିଥିଲେ।

Share This Article