ଅହମଦାବାଦ: ନଭେମ୍ବର ୧୯ ତାରିଖ ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ‘ଆଇସିସି ବିଶ୍ବକପ୍ ଫାଇନାଲ୍’ ମ୍ୟାଚ୍ ଆଗରୁ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ ‘ଏୟାର୍ ସୋ’ ପ୍ରଦର୍ଶନ କରିବ ବୋଲି ଗୁରୁବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ଗୁଜରାଟରେ ଥିବା ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ ଘୋଷଣା କରିଛନ୍ତି ଯେ, ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଫାଇନାଲ୍ ଖେଳ ଆରମ୍ଭ ହେବାର ଆଗରୁ ୧୦ ମିନିଟ୍ ପାଇଁ ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିବ।
ଶୁକ୍ରବାର ଓ ଶନିବାର ଦିନ ଏହି ‘ଏୟାର୍ ସୋ’ ନିମନ୍ତେ ଅଭ୍ୟାସ କରାଯିବ ବୋଲି ମଧ୍ୟ ଜାରି କରିଥିବା ବିବୃତିରେ ଜନସମ୍ପର୍କ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍’ରେ ୯ଟି ବିମାନ ଅଛି। ସମଗ୍ର ଦେଶରେ ଏହି ଟିମ୍ ବିଭିନ୍ନ ‘ଏୟାର୍ ସୋ’ରେ ତା’ର ନୈପୁଣ୍ୟ ପ୍ରଦର୍ଶନ କରିଛି।
Comment