ଗାଁ ଦାଣ୍ଡରେ ଯୁବକକୁ ବିଭତ୍ସ ହତ୍ୟା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶେରଗଡ଼ ଥାନା ଅନ୍ତର୍ଗତ ଧନ୍ୱନ୍ତର ପଞ୍ଚାୟତ ଲାଞିଆପଲୀ ଗାଁ ଦାଣ୍ଡରେ ମଙ୍ଗୁଳୁ ଭୁୟାଁ ନାମରେ ଜଣେ ଯୁବକଙ୍କୁ କିଛି ବିରୋଧୀ ଛୁରୀ ଭୁଷି ଓ ପଥର ଛେଚି ହତ୍ୟା କରିଛନ୍ତି। ସୁଚନା ଥାଉକି ହତ୍ୟାକାରୀ ଯୁବକ ମାନଙ୍କ ସହ ମଙ୍ଗୁଳୁଙ୍କ ପୁର୍ବରୁ ଶତ୍ରୁତା ଥିଲା। ମଙ୍ଗୁଳୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଛକି ରହିଥିବା ଯୁବକ ମାନେ ତାଙ୍କୁ ବିଭତ୍ସ ଭାବରେ ହତ୍ୟା କରି ଚାଲିଯାଇଥିଲେ।

ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାରେ ସଂପୃକ୍ତ ୪ ଜଣ ଯୁବକକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Share This Article