ହୋମ୍‌ ଆଇସୋଲେସନ୍‌ରେ ଗଜପତି, ୧୫ରେ ଆମେରିକାରୁ ଫେରିଥିଲେ

Odisha Hot News
1 Min Read

ଭୁବନେଶ୍ୱର : ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିଦେଶରୁ ଫେରି ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି। ସେ ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ ଆଇସୋଲେସନ୍‌ ରହିଥିବା ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ଗଜପତି ସପରିବାର ଆମେରିକା ଗସ୍ତ ସାରି ଗତ ୧୫ ତାରିଖରେ ଫେରିଥିଲେ। ମଙ୍ଗଳବାର ସରକାରଙ୍କ କୋଭିଡ୍‌-୧୯ ଅନ୍‌ଲାଇନ୍‌ ପୋର୍ଟାଲରେ ଗଜପତି ରେଜିଷ୍ଟେଶନ କରିଥିଲେ। ରେଜିଷ୍ଟେଶନ କରିବା ପରେ ସେ ସପରିବାର ନିଜ ଘରେ ହୋମ୍‌ ଆଇସୋଲେସନରେ ରହିଛନ୍ତି। ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ଘରେ ରହି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରିବେ ବୋଲି ଜଣାପଡ଼ିଛି।

Share This Article
Leave a Comment