ପଥ ଉତ୍ସବ ଲାଗି ଜମୁଛି ମସ୍ତି !

Odisha Hot News
1 Min Read


ଭୁବନେଶ୍ୱର : ପଥ ଉତ୍ସବ ଲାଗି ଆଜି ସକାଳେ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଜମିଛି ମସ୍ତି । ହକି ବିଶ୍ୱକପ ଥିମରେ ପଥ ଉତ୍ସବ ସଜାହୋଇଛି । ଜନପଥ ରାସ୍ତାରେ ହକି ବିଶ୍ୱକପ ଟ୍ରଫିର ରଙ୍ଗୋଲୀ ସହ ମଝିରେ ମଝିରେ ମାଇଁ ହାର୍ଟ ବିଟ ଫର ହକି ଲୋଗୋ ଥିବା ସ୍ତମ୍ଭ କରାଯାଇଛି । ନାଚ, ଗୀତ କଳା ଓ ଖାଦ୍ୟ ପଥ ଉତ୍ସବର ମୁଖ୍ୟ ଆକର୍ଷଣ ପାଲିଟିଛି । ସେଠାରେ ଲୋକମାନେ ରାସ୍ତା ଉପରେ ହିଁ ନାଚ ଗୀତର ଆସର ମେଲାଇଛନ୍ତି । କେବଳ ନାଚଗୀତ ନୁହେଁ ବରଂ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ଏପରି ମନୋରଜଂନ ଭିତ୍ତୀକ କାର‌୍ୟ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି । କେହି କେହି ଶୀତୁଆ ସକାଳରେ ଏକ୍ସରସାଇଜ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ବ୍ୟବଧାନରେ ରାଜଧାନୀର ରାଜରାସ୍ତାରେ ପୁଣି ଥରେ ଆରମ୍ଭ ହୋଇଛି ପଥ ଉତ୍ସବ।

Share This Article
Leave a comment