ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ପରଲୋକ

Odisha Hot News
0 Min Read

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ ହୋଇଯାଇଛି। ଅହମଦ ପଟେଲ୍ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ଚାଲିଥିଲା। ଅହମଦ ପଟେଲଙ୍କ ପୁଅ ଫୈଜଲ୍ ପଟେଲ୍ ଟ୍ବିଟ୍ କରି କହିଛନ୍ତି ଯେ ତାଙ୍କ ବାପା ଅହମଦ ପଟେଲଙ୍କ ଆଜି ସକାଳ ୩ଟା ୩୦ମିନିଟରେ ପରଲୋକ ହୋଇଯାଇଛି। ସୂଚନା ମୁତାବକ ଅହମଦ ପଟେଲଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଏହି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି।

Share This Article